ବଦଳିଲା ପାଗ: ଡିସେମ୍ବର 11 ରୁ ବଢିବ ଶୀତ
ରାଜ୍ୟରେ ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ଶୀତର ପ୍ରକୋପ କମିଥିଲା। ଯାହା ଆଗାମୀ 4 କିମ୍ବା 5 ଦିନ ମଧ୍ୟରେ ପୁଣି ବଢିବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା 11 ତାରିଖରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା
ଭୁବନେଶ୍ବର: ରାଜ୍ୟରେ ବାତ୍ୟା 'ଜୱାଦ' ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ଶୀତର ପ୍ରକୋପ କମିଥିଲା। ଯାହା ଆଗାମୀ 4 କିମ୍ବା 5 ଦିନ ମଧ୍ୟରେ ପୁଣି ବଢିବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା 11 ତାରିଖରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ତଳକୁ ରହିବ ।

ତେବେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଏବେ ଶୁଖିଲା ରହିବ । ଆସନ୍ତାକାଲି ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 8 ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହା ପରେ ସାରା ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯିବ। ଏହାପରେ 11 ତାରିଖରୁ ଶୀତର ପ୍ରକୋପ ମଧ୍ୟ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସାମୁଦ୍ରିକ ଝଡ଼ 'ଜୱାଦ'ର ଦୁର୍ବଳ ଅବଶେଷ 'ଅବପାତ' ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଅଧିକ ଦୁର୍ବଳ ହୋଇ ସମୁଦ୍ରରେ ଲୀନ ହୋଇଯିବ।












Click it and Unblock the Notifications