ରାଜ୍ୟରେ ପୁଣି ବର୍ଷା ଆଶଙ୍କା, ୧୧ ଜିଲ୍ଲାରେ ବର୍ଷିବ !
ରାଜ୍ୟରେ ଶୀତ ଲହର ଲାଗି ରହିଥିବା ବେଳେ ଏବେ ପୁଣି ଥରେ ବର୍ଷା ସମ୍ଭାବନା ଦେଖାଦେଲାଣି । ଆସନ୍ତା ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ।
ଭୁବନେଶ୍ୱର: ରାଜ୍ୟରେ ଶୀତ ଲହର ଲାଗି ରହିଥିବା ବେଳେ ଏବେ ପୁଣି ଥରେ ବର୍ଷା ସମ୍ଭାବନା ଦେଖାଦେଲାଣି । ଆସନ୍ତା ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।
ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର । ସଂପୃକ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ତେବେ ଏହି ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏବେ ଚାଷୀ ଧାନ ଅମଳ କରୁଥିବା ବେଳେ ଧାନମଣ୍ଡିରେ ମଧ୍ୟ ଧାନ ପଡିରହିଛି ।
ସେପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୭ ତାରିଖ ଦିନ ୧୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।












Click it and Unblock the Notifications