ଆସନ୍ତା ୭ରୁ କମିବ ଶୀତ, ୩ରୁ୫ ଡିଗ୍ରୀ ବଢ଼ିପାରେ ତାପମାତ୍ରା

୭ ତାରିଖ ପରେ ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଫଳରେ ଜାଡ କମିବ ।

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ପ୍ରଭାବ । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ଅସହ୍ୟ ଜାଡ଼ରେ ଥରୁଛି । ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ତାରିଖ ପରେ ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଫଳରେ ଜାଡ କମିବ ।

weather report

ଆଗାମୀ ୫ଦିନରେ ପାଗ ଅପରିବର୍ତ୍ତିତ ରହିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ଘନ କୁହୁଡ଼ିର ସମ୍ଭାବନା ରହିଛି। ଘନ କୁହୁଡି ପାଇଁ ଆସନ୍ତାକାଲି ୬ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏଭଳି ଘନ କୁହୁଡି ଜାରି ରହିବ । ବିଶେଷ କରି ଏହି ସବୁ ଜିଲ୍ଲାରେ ୨ଶହ ମିଟରରୁ କମ୍ ଦୃଶ୍ୟମାନ ରହିବା ସମ୍ଭାବନା ରହିଛି । ଏଥିପାଇଁ ଗାଡି ଚାଳକଙ୍କୁ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+