ପୁଣି ଫେରିବ ଶୀତ, ୫ ଡିଗ୍ରୀ ଯାଏଁ ଖସିବ ପାରଦ

ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ପୁଣି ଜାଡ଼ ଲେଉଟିବ ।

ଭୁବନେଶ୍ବର: ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ପୁଣି ଜାଡ଼ ଲେଉଟିବ । ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଶୁକ୍ରବାର ସକାଳେ ରାଜ୍ୟର ୧୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବ ।

odisha weather report

ଆଜି ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘନ କୁହୁଡି ସହିତ ଶୀତରେ ଅସ୍ତବ୍ୟସ୍ତ ହେବ ଓଡ଼ିଶା । ଗତ କିଛି ଦିନ ହେଲା ସ୍ବାଭାବିକ ତାପମାତ୍ରାରେ ବୃଦ୍ଧି ହୋଇଥିଲା ବେଳେ ଏଥର ପାରା କମିବ । ଫଳରେ ଉପାନ୍ତରୁ ଉପକୂଳ ଜାଡ ବଢିବ । ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ । ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ସହ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+