ଆହୁରି ବଢ଼ିବ ଶୀତ, ପ୍ରବଳ ଜାଡ଼ରେ ଥରିବ ପଶ୍ଚିମ ଓଡ଼ିଶା !
ରାଜ୍ୟରେ ଆଗକୁ ଶୀତର ପ୍ରକୋପ ବଢ଼ିପାରେ। ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି।
ଭୁବନେଶ୍ୱର: ରାଜ୍ୟରେ ଆଗକୁ ଶୀତର ପ୍ରକୋପ ବଢ଼ିପାରେ। ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରାରେ ହ୍ରାସ ଘଟିପାରେ।

ଫଳରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଅଧିକ ଶୀତ ଅନୁଭୂତ ହେବ। ସେହିପରି ଅନୁଗୁଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଲାଗି ରହିବ । ସର୍ବନିମ୍ନ ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ଖସିବ । ପ୍ରବଳ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ୩ ତାରିଖ ଠାରୁ ୬ ତାରିଖ ସକାଳ ୮ଟା ୩୦ ଯାଏ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।












Click it and Unblock the Notifications