ଉପକୂଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ବର୍ଷା
ରାଜ୍ୟରେ ଦୁଇଦିନ ହେବ ଶୀତ କମ୍ ଥିବା ବେଳେ ଆଜି ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ସହ ୩୦ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ
ଭୁବନେଶ୍ୱର: ରାଜ୍ୟରେ ଦୁଇଦିନ ହେବ ଶୀତ କମ୍ ଥିବା ବେଳେ ଆଜି ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ସହ ୩୦ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆସନ୍ତାକାଲି ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ଉତ୍ସ ବାୟୁ ପ୍ରଭାବରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ରାତିରେ ତାପମାତ୍ରା ବୃଦ୍ଧି ଘଟିଛି ଏବଂ କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।
Dense fog realized over #Koraput, #Sundargarh, #Bolangir, #Keonjhar and shallow to moderate fog at isolated places over districts of Odisha. pic.twitter.com/WhYGqraOSt
— Meteorological Centre, Bhubaneswar (@mcbbsr) December 28, 2021
ତେବେ କୋରାପୁଟ, ବଲାଙ୍ଗିରରେ ସର୍ବାଧିକ ଘନ କୁହୁଡି ହେଉଥିବାବେଳେ ବାଲେଶ୍ୱର, ଅନୁଗୁଳ, ବାରିପଦା, କେନ୍ଦୁଝର, ଫୁଲବାଣୀ, ମାଲକାନାଗିରି ଆଦି ସ୍ଥାନରେ ଘନ କୁହୁଡ଼ି ଜାରି ରହିଛି । ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଓଡ଼ିଶାରେ କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications