For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତାକାଲିଠୁ ଆହୁରି ବଢିବ ଶୀତ, ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରବଳ ଶୀତ ଲହରୀରେ ଥରିବ ଓଡ଼ିଶା । ମେଘ ମୁକ୍ତ ଆକାଶ ସହ ଓଡ଼ିଶାକୁ ଉତ୍ତର-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପାଇଁ କମିବ ତାପମାତ୍ରା । ଫଳରେ ଆସନ୍ତାକାଲିଠୁ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢିବାର ସମ୍ଭାବନା ରହିଛି ।

|

ଭୁବନେଶ୍ୱର: ପ୍ରବଳ ଶୀତ ଲହରୀରେ ଥରିବ ଓଡ଼ିଶା । ମେଘ ମୁକ୍ତ ଆକାଶ ସହ ଓଡ଼ିଶାକୁ ଉତ୍ତର-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପାଇଁ କମିବ ତାପମାତ୍ରା । ଫଳରେ ଆସନ୍ତାକାଲିଠୁ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢିବାର ସମ୍ଭାବନା ରହିଛି । ଉପାନ୍ତରୁ ଉପକୂଳ ସବୁଠି ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Odisha Weather Report

ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡିର ମଧ୍ୟ ସମ୍ଭାବନା ରହିଛି । ୨୮ ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୬ଟି ଜିଲ୍ଲା ଝାରସୁଗୁଡା, ବରଗଡ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ତେବେ ଘନ କୁହୁଡି ହେବାକୁଥିବା ଜିଲ୍ଲାମାନଙ୍କରେ ୨ ଶହ ମିଟରରୁ ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ରହିପାରେ। ଘନ କୁହୁଡି ସମ୍ଭାବନାକୁ ନେଇ ଜଗତସିଂହପୁର,କଟକ, ନୟାଗଡ଼, କନ୍ଧମାଳ, ଗଂଜାମ, ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Weather Report of 27th Jan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X