ଆଜିଠୁ ରାଜ୍ୟରେ ବର୍ଷା ସାଙ୍ଗକୁ ଘନ କୁହୁଡି...

ଆଜିଠାରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ ଲଗାଇଛି ।ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ ଲଗାଇଛି ।ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏବଂ ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ।

weather report

ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା ଗୁଡ଼ିକରେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଆକାଶ ମେଘୁଆ ରହିବ । ୨୮, ୨୯ ତାରିଖରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକା ରହିବ । ୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ରାତି ତାପମାତ୍ରା ମଧ୍ୟ ଓଡ଼ିଶାର ବିଭିନ୍ନ ଜାଗାରେ ସ୍ୱାଭାବିକ ଠାରୁ ଅଧିକ ରହୁଛି ।

ସେହିପରି ଆଗାମୀ ୫ ଦିନ ଶୀତର ପ୍ରଭାବ ବିଶେଷ ରହିବ ନାହିଁ । ନୂଆବର୍ଷର ପ୍ରଥମ ସପ୍ତାହରେ ମଧ୍ୟ ଶୀତର ପ୍ରକୋପ ବିଶେଷ ରହିବ ନାହିଁ । ଆଜି କୋରାପୁଟରେ ସର୍ବାଧିକ କୁହୁଡି ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+