ଆସୁଛି ଆଉ ଏକ ଲଘୁଚାପ
ଆସୁଛି ଆଉ ଏକ ଲଘୁଚାପ । ନଭେମ୍ବର ୨୯ କିମ୍ବା ୩୦ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସହ ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି ।
ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ନଭେମ୍ବର ୨୯ କିମ୍ବା ୩୦ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସହ ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି ।

ଏହା ତୀବ୍ରତର ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।
ବିଶେଷଜ୍ଞଙ୍କ ମତରେ, ଆସନ୍ତା ପାଞ୍ଚ ଦିନ ରାଜ୍ୟରେ ଶୀତ ପରିମାଣ ବୃଦ୍ଧି ପାଇବ । ପାରଦ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବା ନେଇ ଆକଳନ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଘନକୁହୁଡି ନଜରକୁ ଆସିବ । ଗତ ୨୪ଘଣ୍ଟାରେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ନଜରକୁ ଆସିଥିବାବେଳେ ଜଗତସିଂହପୁରରେ ସର୍ବାଧିକ ୨୨ ମିମି ବର୍ଷା ରେକର୍ଡ କରାଯାଇଛି । ହେଲେ ମଙ୍ଗଳବାର ସକାଳୁ ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡି ନଜରକୁ ଆସିଛି । ବଲାଙ୍ଗୀରରେ କୁହୁଡି ସକାଶେ ଦୃଶ୍ୟମାନର କ୍ଷମତା ମାତ୍ର ୩୦ମିଟର ଥିବା ବେଳେ ଫୁଲବାଣୀରେ ୭୦ମିଟର ଓ ଟିଟଲାଗଡରେ ୧୦୦ ମିଟର ରହିଛି ।
ଆଜିଠାରୁ ରାଜ୍ୟରେ କୁହୁଡି ପରିମାଣ କମିବା ସହ ଶୀତ ବୃଦ୍ଧି ପାଇବ । ରାଜ୍ୟ ଉପରେ ଏବେ କିଛି ବିଶେଷ ପାଣିପାଗର ପ୍ରଭାବ ନଥିବାବେଳେ ପାଗ ଅପରିବର୍ତ୍ତିତ ରହିବ ବୋଲି ବିଶେଷଶଜ୍ଞ କହିଛନ୍ତି । ସେହିପରି ଡିସେମ୍ବର ମାସରେ ମଧ୍ୟ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ ପାଗ ମେଘୁଆ ରହିବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।












Click it and Unblock the Notifications