ଆଜି ବି ୧୦ ଡିଗ୍ରୀ ତଳେ ୧୫ ସ୍ଥାନ ତାପମାତ୍ରା, ଆହୁରି ଥରାଇବ
ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା ୬.୫ ଡିଗ୍ରୀ ରହିଛି । ରାଜ୍ୟର ୧୫ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ଓଡ଼ିଶା । ଖସୁଛି ପାରଦ, ଥରୁଛି ରାଜ୍ୟ । ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା ୬.୫ ଡିଗ୍ରୀ ରହିଛି । ରାଜ୍ୟର ୧୫ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।

ତେବେ ମୟୁରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ଏବେ ପାରଦ ୩ରୁ ୫ ଡିଗ୍ରୀ ସେଲସିଅସ ମଧ୍ୟରେ ରହିଛି । ପ୍ରବଳ ଥଣ୍ଡାରୁ କୁମାରୀ, ଉପର ବାରହାକାମୁଡା, ଜେନାବିଲ ଆଦି ଅଂଚଳରେ ତୁଷାରପାତ ହେଉଛି ।
ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଏନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ସ୍ୱଭାବିକ ଠାରୁ ୪ରୁ ୫ ଡିଗ୍ରୀ ଯାଏ କମ୍ ରହିବ । ଉପକୂଳ ଜିଲ୍ଲାରେ ରାତି ତାପମାତ୍ରା ସ୍ୱଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ।












Click it and Unblock the Notifications