ମଞ୍ଜ ଥରାଉଛି ଶୀତ: ୧୭ ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା

ଉପକୁଳଠୁ ଉପାନ୍ତ ସବୁଠି ଶୀତର ଲହରୀ । ଗତକାଲି ୧୦ ଡିଗ୍ରୀ ତଳେ ୧୭ଟି ସ୍ଥାନରେ ତାପମାତ୍ରା ରେକର୍ଡ ହୋଇଛି । ଯେଉଁଥିରେ ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର: ଜାଡରେ ଥରୁଛି ସାରା ଓଡିଶା । ମଞ୍ଜ ଥରାଉଛି ଶୀତ । ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ମୁସକିଲ୍ ହୋଇଯାଉଛି । ଉପକୁଳଠୁ ଉପାନ୍ତ ସବୁଠି ଶୀତର ଲହରୀ । ଗତକାଲି ୧୦ ଡିଗ୍ରୀ ତଳେ ୧୭ଟି ସ୍ଥାନରେ ତାପମାତ୍ରା ରେକର୍ଡ ହୋଇଛି । ଯେଉଁଥିରେ
ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି ।

odisha weather report

ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ବାଲେଶ୍ୱରରେ ୧୧.୧ ଡିଗ୍ରୀ, ଚାନ୍ଦବାଲିରେ ୯.୭ , କଟକରେ ୧୦.୬, ପାରଦ୍ୱୀପରେ ୧୨.୪, ଭୁବନେଶ୍ୱରରେ ୧୦.୧, ଗୋପାଳପୁରରେ, ୧୧.୮, ପୁରୀରେ ୧୪.୪, ଅନୁଗୁଳରେ ୮.୦, ବାରିପଦାରେ ୧୦.୪, ଝାରସୁଗୁଡ଼ାରେ ୬.୦, କେନ୍ଦୁଝରରେ ୬.୪, ସମ୍ବଲପୁରରେ ୮.୮, ସୁନ୍ଦରଗଡ଼ରେ ୬.୦, ହିରାକୁଦରେ ୮.୪, ତାଲଚେରରେ ୯.୦, ଭବାନୀପାଟଣାରେ ୬.୮, ବଲାଙ୍ଗୀରରେ ୮.୫, କୋରାପୁଟରେ ୭.୦, ଟିଟିଲାଗଡ଼ରେ ୬.୫, ମାଲକାନଗିରିରେ ୮.୦, ସୋନପୁର ୬.୪, ନୟାଗଡ଼ରେ ୮.୦, ବୌଦ୍ଧ ୮.୦, ଛତ୍ରପୁର ୧୧.୦, ପାରଳାଖେମୁଣ୍ଡିରେ ୧୩.୦ ଡିଗ୍ରି ରେକର୍ଡ ହୋଇଛି ତାପମାତ୍ରା ।

ସକାଳୁ ସକାଳୁ ଘନ କୁହୁଡି ଦେଖା ଦେବା ସହ ଗଛ ଲତା ଗୁଡିକରେ ପଡୁଛି କାକର ବିନ୍ଦୁ l ଶୀତର ଲହରୀ ଦେଖା ଦେବାରୁ ସଞ୍ଜ ନଇଁଗଲେ ଗାଁ ଗୁଡିକରେ ଲୋକେ ନିଆଁର ସାହାରା ନେଉଥିବା ବେଳେ ଚା ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଜମୁଛି । ଶୀତବସ୍ତ୍ର କାମ ଦେଉନଥିବାରୁ ଶୀତରୁ ବର୍ତ୍ତିବ ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି l ସେପଟେ ଯାନବାହାନ ଘନ କୁହୁଡ଼ି ଲାଗି ଯାନଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହେଉଛି l

ଅନ୍ୟପଟେ ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାରେ ତୀବ୍ର ଶୀତ ଲହରୀର ସମ୍ଭାବନା ଥିବାରୁ ଏହି ୭ଟି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ତେବେ ଶୀତର ପ୍ରଭାବ ଆଗାମୀ ୨ରୁ ୩ ଦିନ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+