ଜାଡ଼ ମାଡ଼ରେ ଥରହର ସାରା ଓଡିଶା: ଆହୁରି ପାଞ୍ଚ ଦିନ ଥରାଇବ ଶୀତ
ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର: ଜାଡ଼ ମାଡ଼ରେ ଥରହର ହେଉଛି ସାରା ଓଡିଶା । ଶୀତ ପ୍ରକୋପରେ ପୂରରୁ ପଲ୍ଲୀ ସବୁ ଆଡେ 'ଓଃ... ହୋ ହୋ' ଚିତ୍କାର । ତେବେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କ୍ରମାଗତ ଭାବରେ ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ବଢୁଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାରା କମିବ ।

୯ଟି ଜିଲ୍ଲାରେ ୧୨ଡିଗ୍ରୀ ତଳେ ତାପମାତ୍ରା
ଓଡ଼ିଶାର ୯ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ ଥିବା ଜଣାଯାଇଛି । ଦାରିଙ୍ଗିବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଠାକାର ତାପମାତ୍ର ଥିଲା ୮.୫ ଡିଗ୍ରୀ ସେଲସିଅସ୍। ଅପରପକ୍ଷରେ କଟକରେ ୧୫ ଓ ଭୁବନେଶ୍ୱରରେ ୧୫.୧ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ୧୨ ଡିଗ୍ରୀ ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୧୧.୨, ଦାରିଙ୍ଗବାଡି ୮.୫, କୋରାପୁଟ ୯.୫ , ସୁନ୍ଦରଗଡ଼ ୧୦, ଫୁଲବାଣୀ ୯.୫, ଟିଟଲାଗଡ଼ ୧୦.୮, ଭବାନୀପାଟଣା ୧୧.୬, ସୋନପୁର ୧୦.୮, ବଲାଙ୍ଗୀର ୯.୦ଡିଗ୍ରୀ ସେଲସିଅସ୍।
ସଂଧ୍ୟା ୬/୭ଟା ପରଠାରୁ ଶୀତ ଆରମ୍ଭ ହୋଇଯାଉଛି । କୁହୁଡି ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲାଗି ରହୁଛି । ତେଣୁ ଜାଡ ମାଡରେ ହାତ ଗୋଡ କାଲୁଆ ହୋଇଯାଉଛି । ଜିଲ୍ଲା ବାସୀ ଶିତ ଦାଉରୁ ବାଚିଂବା ପାଇଁ ବିଭିନ୍ନ ଉପାୟ ସବୁ ଅବଲମ୍ବନ କରୁଛନ୍ତି । ରାସ୍ତା କଡରେ ନିଆଁ ଜାଳି ସେକି ହେଉଥିବା ଦେଖିବାକୁ ମିଳୁଛି । ବର୍ତମାନ ଜିଲ୍ଲାରେ ଆକାଶ ମେଘମୁକ୍ତ ରହିଥିବାରୁ ଆଗକୁ ଆହୁରୀ ଶୀତ ବଢିପାରେ ବୋଲି ଆନୁମାନ କରାଯାଉଛି ।












Click it and Unblock the Notifications