ଜାଡ଼ରେ ଥରୁଛି ସାରା ରାଜ୍ୟ, ୧୧ ଡିଗ୍ରୀ ତଳେ ୮ ସହର
ଜାଡର ମାଡ଼ରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼। ୧୧ ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା। ସେହିପରି ୨୩ ସହରର ପାରା ୧୫ ଡିଗ୍ରୀ ତଳେ ରହିଛି।
ଭୁବନେଶ୍ୱର: ଜାଡର ମାଡ଼ରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼। ୧୧ ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା। ସେହିପରି ୨୩ ସହରର ପାରା ୧୫ ଡିଗ୍ରୀ ତଳେ ରହିଛି। ୬.୫ଡିଗ୍ରୀ ସହିତ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ହୋଇଛି। ସେହିପରି ଫୁଲବାଣୀରେ ୭.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କୋରାପୁଟର ତାପମାତ୍ରା ୯ଡିଗ୍ରୀ ରହିଥିବା ବେଳେ ଟିଟଲାଗଡ଼ ୯.୩ଡିଗ୍ରୀ, ଝାରସୁଗୁଡା ଓ କେନ୍ଦୁଝର ୯.୬ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୧୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ରାଜ୍ୟକୁ କ୍ରମାଗତ ଭାବରେ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ଲହରି ଜାରି ରହିଛି । ଆଗାମୀ ୪-୫ ଦିନ ଯାଏ ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଯାଏ କମ୍ ରହିପାରେ ।
ଭୁବନେଶ୍ୱର ଓ କଟକରେ ରାତିର ସର୍ବନିମ୍ନ ତପମାତ୍ରା ରହିଥିଲା ୧୩ ଡିଗ୍ରୀ ସେଲସିୟସ୍ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଚଳିତ ବର୍ଷ ବର୍ଷାର ପରିମାଣ ୨୦୦%ରୁ ଅଧିକ ରହିଲା ।












Click it and Unblock the Notifications