ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ, ୧୫ ଡିଗ୍ରୀ ତଳେ ୨୨ ସହର ତାପମାତ୍ରା
ରାଜ୍ୟରେ କମୁଛି ତାପମାତ୍ରା । ଅସହ୍ୟ ହେଉଛି ଶୀତ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ଘଟିଛି ।
ଭୁବନେଶ୍ବର: ରାଜ୍ୟରେ କମୁଛି ତାପମାତ୍ରା । ଅସହ୍ୟ ହେଉଛି ଶୀତ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ଘଟିଛି । ଏହା ସହିତ ଉତ୍ତର ଦିଗରୁ ଶୁଖିଲା ପବନ ବହୁଛି । ଯାହା ରାଜ୍ୟରେ ତାପମାତ୍ରା କମିବାରେ ସହାୟକ ହେଉଛି । ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିବା ସହିତ ସକାଳୁ ସକାଳୁ ଘନ କୁହୁଡ଼ି ମାଡ଼ି ଆସୁଛି ।

୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ଦାରିଙ୍ଗିବାଡିରେ ସର୍ବନିମ୍ନ ୭ ଡିଗ୍ରୀ ଓ ଫୁଲବାଣୀରେ ସର୍ବନିମ୍ନ ୯ ଡିଗ୍ରୀ ରାତିର ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବରରେ ୧୪.୪ ଡିଗ୍ରୀ , କଟକରେ ୧୪ ଡିଗ୍ରୀ, ବାଲେଶ୍ବରରେ ୧୩.୯ ଡିଗ୍ରୀ, ଚାନ୍ଦବାଲିରେ ୧୩, ପୁରୀରେ ୧୭.୨ ଓ ଅନୁଗୋଳରେ ୧୨.୬ ତାପମାତ୍ରା ରହିଛି । ସେହିପରି ଝାରସୁଗୁଡାରେ ୧୦.୬, କେନ୍ଦୁଝରରେ ୧୦.୪ ସମ୍ବଲପୁରରେ ୧୩.୦୫ ଓ ବଲାଙ୍ଗୀରରେ ୧୨.୮ ତାପମାତ୍ରା ରେକର୍ଡ କରାଯାଇଛି ।
ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । କେବଳ ପାହାଡିଆ ଅଞ୍ଚଳ ନୁହେଁ ସମତଳ ଅଞ୍ଚଳରେ ମଧ୍ୟ ପାରା କମିବାରେ ଲାଗିଛି । ସ୍ବାଭାବିକଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି ପାରା । ଅନ୍ୟପଟେ ଦାରିଙ୍ଗବାଡି ତାପମାତ୍ରା ସର୍ବନିମ୍ନ ରହିଛି । ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼ ଆଦି ଅଞ୍ଚଳରେ ତାପମାତ୍ରା କମିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଗକୁ ଆହୁରି ତାପମାତ୍ରା କମିବା ସହିତ ଶୀତର ପ୍ରକୋପ ବଢିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।












Click it and Unblock the Notifications