କାଲିଠୁ ବଦଳିବ ପାଗ, ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ଵର: ଆସନ୍ତାକାଲିଠୁ ଆର୍ଥାତ (୧୮ ତାରିଖ)ରୁ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ ।
ତେବେ ୧୮ ରୁ ୨୧ ଜୁନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ -ଅନୁକୂଳ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତାକାଲି ଯାଏଁ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟଓ୍ବେଭ ଆଲର୍ଟ ଜାରି ହୋଇଛି । ସ୍ବାଭାବିକଠାରୁ ୬.୫ ଡିଗ୍ରୀ ଉପରେ ରହିବ ପାରଦ । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ସତର୍କତା ଜାରି ହୋଇଛି । ତାତି ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଅନୁଭୂତ ହେବ ଅସ୍ବାଭାବିକ ପାଗ । ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବାଧିକ ଦିନ ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିଲା ।












Click it and Unblock the Notifications