ଓଡିଶାକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ବାୟୁ, ଥଣ୍ଡାରେ ଥରିବ ସାରା ରାଜ୍ୟ !

ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଆଗାମୀ ୪ରୁ ୫ ଦିନ ଯାଏଁ ରାତ୍ରକାଳୀନ ତାପମାତ୍ର ୨ ରୁ ୩ ଡିଗ୍ରୀ ଯାଏଁ କମିବ। ଯାହାର ପ୍ରଭାବ ଶୀତର ପ୍ରକୋପ ବଢ଼ିବ।

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଆଗାମୀ ୪ରୁ ୫ ଦିନ ଯାଏଁ ରାତ୍ରକାଳୀନ ତାପମାତ୍ର ୨ ରୁ ୩ ଡିଗ୍ରୀ ଯାଏଁ କମିବ। ଯାହାର ପ୍ରଭାବ ଶୀତର ପ୍ରକୋପ ବଢ଼ିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

odisha weather report

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଗତ ୨୪ ଘଣ୍ଟାରେ ଓଡ଼ିଶା ପାଗ ସାଧାରଣତଃ ଶୁଖିଲା ରହିଥିଲା। ପାଖାପାଖି ୧୯ ସ୍ଥାନରେ ରାତ୍ରକାଳୀନ ତାପମାତ୍ର ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଫୁଲ୍‌ବାଣୀରେ ୧୦ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଛି। ମାଲକାନଗିରି, କୋରାପୁଟ ପରି କେତେକ ଜିଲ୍ଲାରେ ଅଳ୍ପ କୁହୁଡି ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶାରେ ରାତ୍ରକାଳୀନ ତାପାମାତ୍ରା ୦.୫ରୁ ୧.୫ ଡିଗ୍ରୀ ଯାଏଁ ତଳକୁ ଖସିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୫ରୁ ୨ ଡିଗ୍ରୀ ଯାଏଁ ତଳକୁ ଖସିଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ଫୁଲବାଣୀରେ ୧୦.୦ ଡିଗ୍ରୀ, ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ, କେନ୍ଦୁଝରରେ ୧୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨.୦ ଡିଗ୍ରୀ, ସୋନପୁରରେ ୧୨.୪ ଡିଗ୍ରୀ, ଭବାନୀପାଟଣାର ତାପମାତ୍ର ୧୨.୯ ଡିଗ୍ରୀ ରେକର୍ଡ଼ କରାଯାଇଛି। ଠିକ୍‌ ସେହିପରି ବାଲେଶ୍ୱରରେ ୧୪.୬ ଡିଗ୍ରୀ, ଚାନ୍ଦବାଲିରେ ୧୩.୨ ଡିଗ୍ରୀ, କଟକରେ ୧୪.୫ ଡିଗ୍ରୀ, ପାରାଦୀପରେ ୧୬.୮ ଡିଗ୍ରୀ, ଭୁବନେଶ୍ୱରରେ ୧୪.୫ ଡିଗ୍ରୀ, ଗୋପାଳପୁରରେ ୧୭.୨ ଡିଗ୍ରୀ, ପୁରୀରେ ୧୮.୧ ଡିଗ୍ରୀ, ଅନୁଗୋଳରେ ୧୪.୬ ଡିଗ୍ରୀ, ବାରିପଦାରେ ୧୪.୦ ଡିଗ୍ରୀ, ସମ୍ୱଲପୁରରେ ୧୪.୦ଡିଗ୍ରୀ, ହୀରାକୁଦରେ ୧୩.୨ ଡିଗ୍ରୀ, ତାଳଚେରରେ ୧୪.୦ ଡିଗ୍ରୀ, ଭବାନୀପାଟଣାରେ ୧୨.୯ ଡିଗ୍ରୀ, ବଲାଙ୍ଗିରରେ ୧୩.୬ ଡିଗ୍ରୀ, କୋରାପୁଟରେ ୧୩.୮ଡିଗ୍ରୀ, ଟିଟିଲାଗଡ଼ରେ ୧୧.୩ ଡିଗ୍ରୀ, ମାଲକାନଗିରିରେ ୧୫.୫ ଡିଗ୍ରୀ, ସୋନପୁରରେ ୧୨.୪ ଡିଗ୍ରୀ, ନୟାଗଡ଼ରେ ୧୫.୦ ଡିଗ୍ରୀ, ବୌଦ୍ଧରେ ୧୫.୦ ଡିଗ୍ରୀ, ଛତ୍ରପୁରରେ ୧୮.୦ଡିଗ୍ରୀ, ପାରଳାଖେମୁଣ୍ଡିରେ ୧୮.୦ ଡିଗ୍ରୀ ଓ ରାୟଗଡ଼ାରେ ୧୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+