ଦୁର୍ବଳ ହୋଇଛି ଲଘୁଚାପ, ଆଜି ବି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା
ଦୁର୍ବଳ ହୋଇଛି ଲଘୁଚାପ । ଏବେ ଏହା ଛତିଶଗଡ଼ ଓ ମଧ୍ୟପ୍ରଦେଶ ମଧ୍ୟରେ ରହିଛି। ପ୍ରଭାବରେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଭୁବନେଶ୍ୱର: ଦୁର୍ବଳ ହୋଇଛି ଲଘୁଚାପ । ଏବେ ଏହା ଛତିଶଗଡ଼ ଓ ମଧ୍ୟପ୍ରଦେଶ ମଧ୍ୟରେ ରହିଛି। ପ୍ରଭାବରେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଦୁଇଟି ଜିଲ୍ଲା ସୁନ୍ଦରଗଡ଼ ଏବଂ ଝାରସୁଗୁଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ନୂଆପଡା, ବଲାଙ୍ଗିର, ସମ୍ବଲପୁର, ବରଗଡ, ଦେବଗଡ଼ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଏପଟେ ବଢିବାରେ ଲାଗିଛି ବିଭିନ୍ନ ନଦୀ ଜଳସ୍ତର। ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ପ୍ରବାହିତ ହେଉଛି। ଜଳକାର ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବାବେଳେ ଏବେ ସେଠାରେ ୬.୪୧ ମିଟର ଉପରେ ଜଳ ପ୍ରବାହିତ ହେଉଛି । ସେହିପରି ବୈଚରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ୧୮.୩୩ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ନ ଆସିଲେ ବି ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି।












Click it and Unblock the Notifications