୧୭ରୁ ପୁଣି ପ୍ରବଳ ବର୍ଷା
ଆସନ୍ତା ୧୭ରୁ ପୁଣି ବର୍ଷିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆସନ୍ତା ୧୭ ଓ ୧୮ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।
ଭୁବନେଶ୍ୱର: ଆସନ୍ତା ୧୭ରୁ ପୁଣି ବର୍ଷିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆସନ୍ତା ୧୭ ଓ ୧୮ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାଇ, ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲ୍ଲା ଥୁ. ରାମପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ୩୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୭ଟି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ୪୩ଟି ସ୍ଥାନରେ ୧୧୫ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ଦେବଗଡ଼ରେ ସର୍ବନିମ୍ନ ବର୍ଷା ହୋଇଛି । ଏଠାରେ ୧୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋଟପାଡ଼ରେ ୨୯୩ ମିମି, କ. ନୂଆଗାଁରେ ୨୩୫.୪ ମିମି, କଲମପୁରରେ ୨୧୮.୨ ମିମି, ଡାବୁଗାଁରେ ୨୧୩.୩ ମିମି, ବାଲିଗୁଡ଼ାରେ ୨୧୨ ମିମି, ବାଟଗାଁରେ ୨୧୦.୫ ମିମି, ଦାନପୁର-ରାମପୁରରେ ୨୦୩ ମିମି, ପାପଡ଼ାହାଣ୍ଡିରେ ୧୯୫ ମିମି, ମନ୍ଦିରାଡ୍ୟାମ ୧୯୨.୨ ମିମି ବର୍ଷା ରେକର୍ଡ କରାଯାଇଛି ।
ସେପଟେ ପଶ୍ଚିମ ଓଡ଼ିଶାରେ ଆଜି ବି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର,ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିରରେ ପ୍ରବଳ ବର୍ଷିବ ବୋଲି ସେ କହିଛନ୍ତି ।












Click it and Unblock the Notifications