ଭୁବନେଶ୍ୱରରେ ପ୍ରବଳ ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର: ତାତିରୁ ତ୍ରାହି ପାଇଲେ ରାଜଧାନୀବାସୀ । ଆଜି ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପୁରୁଣା ଭୁବନେଶ୍ବର, ଏୟାରପୋର୍ଟ, ଖଣ୍ଡଗିରିରେ ବର୍ଷା ହୋଇଛି । ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ସୂଚନା ମିଳିଛି ।
ଅନ୍ୟପଟେ ଆଗାମୀ ୩ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ପ୍ରଭଳ ବର୍ଷା ସମ୍ଭାବନା ରହିଛି । ଘଡଘଡି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଏହି ସୁବୁ ଜିଲ୍ଲାକୁ ଚେତାବନୀ ଜାରି କରିଛି । ଭଦ୍ରକ, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଉଲ୍ଲେଖଥାଉ କି, ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତା'ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଛି ।
ସେପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତାହାକୁ ନଜରରେ ରଖି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ପାଇଁ ଆଜି ହିଟ୍ ୱେଭ୍ ଜାରି କରାଯାଇଛି । ଆଜି ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପରବର୍ତ୍ତୀ ସମୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।












Click it and Unblock the Notifications