ଆଜି ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଆଜିଠୁ ବର୍ଷା କମିବ ହେଲେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

Odisha Weather Report

ଭୁବନେଶ୍ୱର:ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଦିନ ହେବ ଆକାଶ ମେଘାଚ୍ଚନ୍ନ ଏବଂ କିଛି କିଛି ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି । ପାଣିପାଗ କେନ୍ଦ୍ର ସୂଚନାଅନୁସାରେ,ରାଜ୍ୟରେ ଆଜିଠୁ ବର୍ଷା କମିବ ହେଲେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ପବନ ସହ ହୋଇପାରେ କୁଆପଥର ମାଡ଼ ।

ବାଲେଶ୍ୱର, ଭଦ୍ରକ, ଯାଯପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ବୌଦ୍ଧ ଆଦି ଜିଲ୍ଲାରେ ଆଜି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ସେହିପରି ୨୦ ତାରିଖରେ କାଳବୈଶାଖୀ ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ପାଣିପାଗ କେନ୍ଦ୍ର ସୂଚନାଅନୁସାରେ ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ମେଘୁଆ ପାଗ ରହିବ । ଦିନର ତାପମାତ୍ରା ସର୍ବାଧିକ ୩୫ଡିଗ୍ରୀ ଏବଂ ସର୍ବନିମ୍ମ ତାପମାତ୍ରା ୨୨ ଡିଗ୍ରୀ ରହିପାରେ । ଅନ୍ୟପକ୍ଷରେ ଗତକାଲି ସାରା ରାଜ୍ୟରେ ତାଣ୍ତବ ରଚିଥିଲା କାଳବୈଶାଖୀ ।

ଟ୍ୱିନସିଟିରେ ଶନିବାର ସଂଧ୍ୟାରେ ଘଡ଼ଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା । ସେହିପରି ପାରାଦୀପରେ ପଶ୍ଚିମା-ଝଡ଼ ପ୍ରଭାବରେ ବିଜୁଳି ଘଡଘଡି ସହ ଲାଗିରହିଥିଲା ଝଡ ପବନ। ସେହିପରି ପଶ୍ଚିମା ଝଡ଼ର ପ୍ରଭାବରେ ବାରିପଦାରେ, ଯାଜପୁର, ଜବତସିଂହପୁର, ମାହାଙ୍ଗା, ନଶ୍ଚିନ୍ତକୋଇଲିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ସହ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+