ଟ୍ୱିନସିଟିରେ ଛେଛିଲା କୁଆପଥର ବର୍ଷା
ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ସହ ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ କୁଆପଥର ବର୍ଷା ଦେଖିବାକୁ ମିଳିଛି ।

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ସହ ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ କୁଆପଥର ବର୍ଷା ଦେଖିବାକୁ ମିଳିଛି ।
ସେହିଭଳି ପଶ୍ଚିମ ଓଡ଼ିଶାରେ ମଧ୍ୟ ପଶ୍ଚିମାଝଡର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗୀର ଓ ଟିଟିଲାଗଡରେ ଘଡଘଡି ସହ ବର୍ଷା ଓ କୁଆପଥର ମାଡ ହେଉଛି । ତେବେ ଗତ ୨ ଦିନ ହେବ ଏମିତି ବର୍ଷା ଗ୍ରୀଷ୍ମର ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି ।
ସେପଟେ ଆସନ୍ତାକାଲି କାଳବୈଶାଖୀ ବର୍ଷା ନେଇ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଟକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୪ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications