ଖସୁଛି ପାରଦ, ୧୨ ପରେ ରାଜ୍ୟର ବଢିବ ଶୀତ

ଖସୁଛି ପାରଦ, ୧୨ ପରେ ରାଜ୍ୟର ବଢିବ ଶୀତ

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଶୀତ । ଚଳିତ ମାସ ୧୨ ତାରିଖ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବ ଶୀତ । ଆଗାମୀ ୩ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରାରେ ବେଶେଷ ପରିବର୍ତ୍ତନ ଦେଖାଦେବ ନାହିଁ ହେଲେ ପରବର୍ତ୍ତି ୨ ଦିନ ମଧ୍ୟ ରାତିରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହିଛି ଏ ନେଇ ଆଜି ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

winter

ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଶୀତ ପଡିବା ଆରମ୍ଭ ହୋଇଗଲାଣି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୧୨ ତାରିଖରେ ରାଜ୍ୟରେ ଶୀତ ବଢିବ । ଆଗାମୀ ୩ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଦେବ ନାହିଁ ହେଲେ ପରବର୍ତ୍ତି ୨ ଦିନ ମଧ୍ୟ ରାତିରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହିଛି । ତେବେ ଗତ ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ରହିଛି । ଅନେକ ସ୍ଥାନରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ପାଇଛି। ଫୁଲବାଣୀ ରେ ମଧ୍ୟମ ଧରଣର କୁହୁଡ଼ି ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ହୋଇଛି ।

ଗତକାଲି କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଜି. ଉଦୟଗିରିରେ ୧୩.୪ ଡିଗ୍ରୀ ବୌଦ୍ଧରେ ୧୪ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+