ଆଉ ୨ ଦିନ ଘନ କୁହୁଡ଼ି: ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ, ଗାଡ଼ି ଚଲାଇବା ବେଳେ ରୁହନ୍ତୁ ସତର୍କ

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୋର୍ ସମୟରେ ଘନ କୁହୁଡ଼ି ଦେଖା ଯାଉଛି । ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବ ।

weather report

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୋର୍ ସମୟରେ ଘନ କୁହୁଡ଼ି ଦେଖା ଯାଉଛି । ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ପୂର୍ବାପେକ୍ଷା ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେବ। ଅନ୍ୟପଟେ ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକ ରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି ।

ତେବେ ୧୦ ତାରିଖ (ଆସନ୍ତାକାଲି) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଢେଙ୍କାନାଳ ରେ କୁହୁଡ଼ିର ଆସ୍ତରଣ ଦେଖାଯିବ। ସେହିପରି ପର ଦିନ ଅର୍ଥାତ ଶନିବାର ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିପାରେ। ତେଣୁ ସକାଳୁ ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+