ଦିନରେ ତାତି, ରାତିରେ ଥଣ୍ଡା: ରାଜ୍ୟରେ ବଢୁଛି ତାପମାତ୍ରା
ରାଜ୍ୟରେ କମୁଛି ଥଣ୍ଡା, ବଢୁଛି ତାତି । ଦିନରେ ତାତି, ରାତିରେ ଥଣ୍ଡା । ରାତି ଓ ସକାଳେ ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ କମୁଛି ଏବଂ ଦିନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ତାତି ବଢୁଛି ।

ଭୁବନେଶ୍ୱର: ରାଜ୍ୟରେ କମୁଛି ଥଣ୍ଡା, ବଢୁଛି ତାତି । ଦିନରେ ତାତି, ରାତିରେ ଥଣ୍ଡା । ରାତି ଓ ସକାଳେ ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ କମୁଛି ଏବଂ ଦିନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ତାତି ବଢୁଛି । ଗତକାଲି ବୌଦ୍ଧରେ ଦିନର ତାପମାତ୍ରା ସର୍ବାଧିକ ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଭୁବନେଶ୍ବରରେ ତାପମାତ୍ରା ୩୪.୪ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୋଳ ୩୪.୧, ନୟାଗଡ ଏବଂ ମାଲକାନଗିରିରେ ୩୪ ଡିଗ୍ରୀ ରହିଛି । ସର୍ବନିମ୍ନ ତାପମାତ୍ରା ପ୍ରାୟ ଅଞ୍ଚଳରେ ବଢିଛି । ପୁରୀରେ ସର୍ବନିମ୍ନ ତାପମାତ୍ରା ୨୧.୫ଡିଗ୍ରୀ ଛୁଇଁଥିବା ବେଳେ ସବୁଠୁ କମ ଜି.ଉଦୟଗିରିରେ ୬.୫ଡିଗ୍ରୀ, ଫୁଲବାଣୀ ୮.୫ଡିଗ୍ରୀ, ସୁନ୍ଦରଗଡ ଏବଂ ରାଉରକେଲାରେ ୧୧ଡିଗ୍ରୀ ଲେଖାଏଁ ରହିଛି ।
ତେବେ ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆସନ୍ତା ୫ ଦିନ ଯାଏଁ ରାଜ୍ୟର ପାଗ ସୁଖିଲା ରହିବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।












Click it and Unblock the Notifications