୯ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ଆଜିଠୁ ୩ ଦିନ ବର୍ଷା !
ରାଜ୍ୟରେ ଆଜିଠୁ ତିନି ଦିନ ଯାଏଁ ବର୍ଷା ହୋଇପାରେ । ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଆଶଙ୍କା ପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ତିନି ଦିନ ଯାଏଁ ବର୍ଷା ହୋଇପାରେ । ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଆଶଙ୍କା ପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି । ୯ ଓ ୧୦ ତାରିଖରେ ବି କାଳବୈଶାଖୀ ପ୍ରଭାବରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନର ଦିନ ତାପମାତ୍ରାରେ ହ୍ରାସ ଦେଖାଦେଇଛି । ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିଛି ।
ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ଭିତରେ ରହିବ ।
ସେପଟେ, ୫ ସହରର ଦିନ ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି । ସର୍ବାଧିକ ତାପମାତ୍ରା ବଲାଙ୍ଗୀରଠାରେ ୪୧.୫ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ ଓ ବୌଦ୍ଧ ଜିଲ୍ଲାରେ ୪୧ଡିଗ୍ରି ଲେଖାଏଁ ରହିଥିଲା । ସେହିଭଳି ଝାରସୁଗୁଡ଼ାରେ ୪୦.୩ ଡିଗ୍ରି ଓ ଭବାନୀପାଟଣାରେ ୪୦ଡିଗ୍ରି ରହିଥିଲା ।












Click it and Unblock the Notifications