ଆଗାମୀ ୪୮ ଘଣ୍ଟା ଯାଏଁ ବର୍ଷା, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ
ଆଗାମୀ ୪୮ ଘଣ୍ଟା ଯାଏଁ ବର୍ଷା, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ
ଭୁବନେଶ୍ୱର: ଆଜି ବି ରାଜ୍ୟରେ ଜାରି ରହିଛି ବର୍ଷା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । ବର୍ଷାର ବିସ୍ତୃତି କମିଥିଲେ ମଧ୍ୟ ଆଜି ଓ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ସ୍ଥିତି ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ କିଛି ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା ଏବଂ ଜଗତସିଂହପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୪ ଘଣ୍ଟା ଲାଗି ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଆଗାମୀ ୪୮ ଘଣ୍ଟା ପରେ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି ।

ଦକ୍ଷିଣ ଉପକୂଳ ସମେତ, କୋରାପୁଟ, ରାୟଗଡା, ଜଗତସିଂହପୁର, କେନ୍ଦ୍ରାପଡା, କଟକ, କନ୍ଧମାଳ ସମେତ ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି ବର୍ଷା । ସେହିପରି ଉପକୂଳରେ ମେଘୁଆ ପାଗ ସହ କିଛି ଅଞ୍ଚଳରେ ମଧ୍ୟ ଲାଗିରହିଛି ହାଲୁକା ବର୍ଷା ।
ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪.୯ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨.୯ ପ୍ରତିଶତ ଅଧିକ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୧.୬ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୭.୫ ମିମି ତୁଳନାରେ ୮୫.୫ ପ୍ରତିଶତ ଅଧିକ ରହିଛି ।












Click it and Unblock the Notifications