ମୌସୁମୀ ଖେଳୁଛି ଲୁଚକାଳି, ଶ୍ରାବଣରେ ସିଝୁଛି ଓଡିଶା: ଆହୁରି ଦୁଇରୁ ତିନି ଦିନ ତାତି
ମୌସୁମୀ ଖେଳୁଛି ଲୁଚକାଳି ଖେଳ । ଶ୍ରାବଣରେ ବି ସିଝୁଛି ଓଡିଶା । ରାଜ୍ୟରେ ଏବେ ଅସହ୍ୟ ଗୁଳୁଗୁଳି । ତେବେ ଆଗାମୀ ୨ ରୁ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଏହି ଭଳି ତାପମାତ୍ରା ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ବର: ମୌସୁମୀ ଖେଳୁଛି ଲୁଚକାଳି ଖେଳ । ଶ୍ରାବଣରେ ବି ସିଝୁଛି ଓଡିଶା । ରାଜ୍ୟରେ ଏବେ ଅସହ୍ୟ ଗୁଳୁଗୁଳି । ତେବେ ଆଗାମୀ ୨ ରୁ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଏହି ଭଳି ତାପମାତ୍ରା ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ୪ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକ ଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ଅସ୍ୱାଭାବିକ ପାଗ ଯଥା ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର ।
ତେବେ ଗତ ୨୪ ଘଣ୍ଟାରେ ୯ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ମାଲକାନଗିରିରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ସର୍ବାଧିକ ୩୫.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କାରଣ ଜୁଲାଇ ୨୪ ପରଠାରୁ ରାଜ୍ୟରେ କିଛି ସ୍ଥାନକୁ ଛାଡିଦେଲେ ଅଧିକାଂଶ ସ୍ଥାନରେ ବର୍ଷା ନାହିଁ । ଏଭଳି ସ୍ଥିତି ଯଦି ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ରୁହେ ତେବେ ଏହା ମରୁଡ଼ି ସ୍ଥିତିକୁ ଆମନ୍ତ୍ରଣ କରିବ ।












Click it and Unblock the Notifications