କମିବ ତାତି; ୫ କିମ୍ବା ୬ ଆଡକୁ ବର୍ଷା !

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ତାତିରେ ଆଉଟ୍ ପାଉଟ୍ ହେଉଛନ୍ତି ରାଜ୍ୟବାସୀ । ସାରା ରାଜ୍ୟରେ ଅନୁଭୂତ ହେଉଛି ଗୁଳୁଗୁଳି । ତେବେ ଏଭିଳି ତାପମାତ୍ରା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରହିବ ।

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ତାତିରେ ଆଉଟ୍ ପାଉଟ୍ ହେଉଛନ୍ତି ରାଜ୍ୟବାସୀ । ସାରା ରାଜ୍ୟରେ ଅନୁଭୂତ ହେଉଛି ଗୁଳୁଗୁଳି । ତେବେ ଏଭିଳି ତାପମାତ୍ରା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରହିବ ।

odisha weather report

ତେବେ ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ତାରିଖ ସୁଦ୍ଧା ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ସେ ଆହୁରି କହିଛନ୍ତି, ୫ ଓ ୬ ତାରିଖରେ ଓଡ଼ିଶାରେ ବର୍ଷା ବୃଦ୍ଧି ହେବାର ସମ୍ଭାବନା ରହିଛି। ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ସୋମବାର ସତର୍କ ସୂଚନା ଜାରି କରାଯାଇଥିଲା। ୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।

ଅଗଷ୍ଟରେ ସ୍ବାଭାବିକ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୪ରୁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ, ପଶ୍ଚିମ କେନ୍ଦ୍ରୀୟ ଭାରତ ଓ ଉତ୍ତର ଭାରତକୁ ଛାଡ଼ି ପଶ୍ଚିମ ଉପକୂଳ ଏବଂ ପୂର୍ବ-କେନ୍ଦ୍ରୀୟ ଭାରତରେ କମ୍ ବର୍ଷା ହୋଇପାରେ । ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ହେବ । କିନ୍ତୁ ପଶ୍ଚିମ ଭାରତରେ ସ୍ଥିତି ଗମ୍ଭୀର ରହିପାରେ

ତେବେ ର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲାରେ ୨୪%, ବଲାଙ୍ଗିର ଜିଲ୍ଲାରେ ୨୨%, ଝାରସୁଗାଡ଼ା ଜିଲ୍ଲାରେ ୨୧%, କଳାହାଣ୍ଡି ଜିଲ୍ଲାରେ ୨୦%, ମୟୂରଭଞ୍ଜ ଜିଲ୍ଲାରେ ୨୧%, ସମ୍ୱଲପୁର ଜିଲ୍ଲାରେ ୩୦%, ସୁନ୍ଦରଗଡ଼ ଜିଲ୍ଲାରେ ୪୧% କମ୍‌ ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲାରେ ୨୫% ଓ ବୌଦ୍ଧ ଜିଲ୍ଲାରେ ୩୦% ଅଧିକ ବର୍ଷା ହୋଇଛି। ଗତ ୨୮ ତାରିଖଠାରୁ କ୍ରମାଗତ ଭାବେ ମୌସୁମୀ ଦୁର୍ବଳ ରହିଛି। ଏହି ଦୁର୍ବଳ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇଠାରେ ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+