ଆହୁରି କମିବ ତାପମାତ୍ରା, ଏହି ସବୁ ଜିଲ୍ଲାରେ ବଢିପାରେ ଶୀତ

୪୮ ଘଣ୍ଟା ମଧ୍ୟରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ରାତ୍ରି ତାପମାତ୍ରା । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ୩୦ ତାରିଖ ଯାଏଁ ରହିବ ପ୍ରଭାବ ।

ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ପ୍ରବେଶ କରୁଛି ଉତ୍ତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ । ୪୮ ଘଣ୍ଟା ମଧ୍ୟରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ରାତ୍ରି ତାପମାତ୍ରା । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ୩୦ ତାରିଖ ଯାଏଁ ରହିବ ପ୍ରଭାବ । ପାହାଡିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀରୁ କମ୍‌ ରେକର୍ଡ ହେବା ସମ୍ଭାବନା ରହିଛି ।

 odisha weather update

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌.ଆର୍‌. ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୮ ତାରିଖ ରାତିରେ ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ୨୯ ଓ ୩୦ ତାରିଖ ରାତିରେ ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର କଳାହାଣ୍ଡି, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇପାରେ। ୩୦ ତାରିଖ ପରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନି। ତେବେ ତାପମାତ୍ରା ଟିକେ ବଢ଼ିପାରେ।

ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଜି ଓ ଆସନ୍ତାକାଲି ଏଠାରେ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ। ସେହିପରି ଏବେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+