୨୯ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ
ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇ ଘନୀଭୂତ ହେବ। ୪୮ ଘଣ୍ଟା ମଧ୍ୟରେ ଲଘୁଚାପଟି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇ ଘନୀଭୂତ ହେବ। ୪୮ ଘଣ୍ଟା ମଧ୍ୟରେ ଲଘୁଚାପଟି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ବର୍ଷା ହେବ।

ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଉପକୂଳ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଗୋଟିଏ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଓଡ଼ିଶାର ବାକି ଜିଲ୍ଲାମାନଙ୍କରେ ପାଗ ଶୁଖିଲା ଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କନ୍ଧମାଳ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର ଓ କଳାହାଣ୍ଡି ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ସାମାନ୍ୟ କୁହୁଡ଼ି ପରିଲକ୍ଷିତ ହୋଇଛି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। ଆଗାମୀ ୨୪ ଘଣ୍ଟା ଲାଗି ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ। ସବୁଠି ପ୍ରାୟତଃ ଶୁଖିଲା ପାଗ ରହିବ ବୋଲି କୁହାଯାଇଛି।
ଏହି ଲଘୁଚାପ ସମ୍ପର୍କରେ 'ଆକ୍ୟୁୱେଦର'ର ବିଶିଷ୍ଟ ପାଣିପାଗବିତ ଜ୍ୟାସନ ନିକଲୋସ୍ ଆକଳନ କରି ନିଜ ଟୁଇଟ୍ ମାଧ୍ୟମରେ ଦର୍ଶାଇଛନ୍ତି ଯେ, ଚଳିତ ମାସ ଶେଷରେ ଏକ ଲଘୁଚାପ ସୃଷ୍ଟି ହେବ। ତେବେ ଏହି ସମୟରେ ପଶ୍ଚିମ ଦିଗରୁ ଆସୁଥିବା ପଶ୍ଚିମା ଗଡ଼ଗଡ଼ି (ୱେଷ୍ଟର୍ସ ଡିଷ୍ଟର୍ବାନ୍ସ) ପୂର୍ବାମୁଖୀ ହୋଇ ଓ ଉତ୍ତର ପୂର୍ବ ଭାରତରେ ପହଞ୍ଚିବ। ସାଧାରଣତଃ ଏହା ସହିତ ଯଡ଼ିତ ଗୁରୁଚାପରେଖା ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ/ ଅବପାତ କିମ୍ବା ବାତ୍ୟା ନିଜର ଗତିପଥ ବଦଳାଇ ଅ ଆଣ୍ଡମାନସାଗରରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ରୁ ମୁହାଁ ହୋଇଥାନ୍ତି। ତେଣୁ ସମ୍ଭାବ୍ୟ ସିଷ୍ଟମ ମଧ୍ୟ ସମାନ ଘଟଣା ଘଟିବ ବୋଲି ସେ କହିଛନ୍ତି।












Click it and Unblock the Notifications