ବର୍ଷାରେ ଭିଜିବ ଭିଜିବ ପାର୍ବଣ, ଆସନ୍ତା ୨ରେ ଆଉ ଏକ ଲଘୁଚାପ
ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି ।
ଭୁବନେଶ୍ବର: ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, କଳାହାଣ୍ତି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେୱୋ ୱାର୍ଣ୍ଣଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ସେହିପରି ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ଦିନେ କି ୨ ଦିନ ବର୍ଷା ହେବ । ଏମିତିକି ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ହେବ । ୨୮ ତାରିଖରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆସନ୍ତା ଅକ୍ଟୋବର ୨ରେ ଆଉ ଏକ ଲଘୁଚାପ ସମ୍ଭାବନା ଅଛି । ଫଳରେ ବର୍ଷାରେ ଭିଜିପାରେ ଦଶହରା ।
ଗତକାଲି ଭୁବନେଶ୍ୱର, କଟକ, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ରାଜଧାନୀର ଏୟାରପୋର୍ଟ ଅଞ୍ଚଳରେ ଗତକାଲି ସନ୍ଧ୍ୟା ୫.୩୦ ସୁଧା ୩୨.୮ ମିମି ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରର ପଟିଆ, ରଘୁନାଥପୁର, ଚନ୍ଦକା, ଦାରୁଠେଙ୍ଗ, ନନ୍ଦନକାନନ, ଶ୍ୟାମସୁନ୍ଦରପୁର, ସୁନ୍ଦରପୁର, ଭୁଆସାହି, କୁଜିମହଲ, ତୁଲାସାଦେଇପୁର, ଏବଂ ଯୋଗୀସାହି ଅଞ୍ଚଳରେ ବର୍ଷା ଲାଗିରହିଥିଲା ।












Click it and Unblock the Notifications