ପୁଣି ବର୍ଷିବ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତାକାଲି ୧୨ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ,
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା କହିଛି । କୋରାପୁଟ, ମାଲକାନଗିରି, କଳାହାଣ୍ତି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେୱୋ ୱାର୍ଣ୍ଣଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସେହିପରି ୨୭ ତାରିଖ ବେଳକୁ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଦିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଭୁବନେଶ୍ୱର, କଟକ, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ରାଜଧାନୀର ଏୟାରପୋର୍ଟ ଅଞ୍ଚଳରେ ଗତକାଲି ସନ୍ଧ୍ୟା ୫.୩୦ ସୁଧା ୩୨.୮ ମିମି ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରର ପଟିଆ, ରଘୁନାଥପୁର, ଚନ୍ଦକା, ଦାରୁଠେଙ୍ଗ, ନନ୍ଦନକାନନ, ଶ୍ୟାମସୁନ୍ଦରପୁର, ସୁନ୍ଦରପୁର, ଭୁଆସାହି, କୁଜିମହଲ, ତୁଲାସାଦେଇପୁର, ଏବଂ ଯୋଗୀସାହି ଅଞ୍ଚଳରେ ବର୍ଷା ଲାଗିରହିଥିଲା ।












Click it and Unblock the Notifications