ନୂଆପଡ଼ାରେ କୁଆପଥର ବର୍ଷା, କାଳବୈଶାଖୀ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କାଳବୈଶାଖୀ ପ୍ରଭାବରେ ନୂଆପଡ଼ା ସିନାପାଲି ଅଞ୍ଚଳରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା । ଅପରାହ୍ନ ୨ଟା ପରଠାରୁ ଆରମ୍ଭ ହୋଇଥିଲା କୁଆପଥର ମାଡ଼ । ଦୀର୍ଘ ୪୫ ମିନିଟରୁ ଅଧିକ ସମୟ ଧରି କୁଆପଥର ବର୍ଷା ହୋଇଥିଲା ।

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ନୂଆପଡ଼ା ସିନାପାଲି ଅଞ୍ଚଳରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା । ଅପରାହ୍ନ ୨ଟା ପରଠାରୁ ଆରମ୍ଭ ହୋଇଥିଲା କୁଆପଥର ମାଡ଼ । ଦୀର୍ଘ ୪୫ ମିନିଟରୁ ଅଧିକ ସମୟ ଧରି କୁଆପଥର ବର୍ଷା ହୋଇଥିଲା ।

odisha weather report

ସେପଟେ ରାଜ୍ୟରେ ୨୫ ଓ ୨୬ ଦୁଇ ଦିନ ଧରି ବର୍ଷା ପବନ ଓ ବଜ୍ରପାତ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଆଧାରରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସମ୍ଭାବ୍ୟ ସ୍ଥିତର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)।

ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା'ସହିତ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ମଧ୍ୟ ବୋହିବ। ସେଥିପାଇଁ ଏହି ୬ଟି ଜିଲ୍ଲାକୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆଜିଠୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ସହିତ ଏ ସବୁ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ, ଦିଲ୍ଲୀରେ ପ୍ରବଳ ବର୍ଷା ସହିତ ଘଡଘଡି । ଗତକାଲି ସକାଳ ଏପରି ହେବାପରେ ସଂଧ୍ୟାରେ ମଧ୍ୟ ବିଜୁଳି ମାରିବା ସହିତ ବର୍ଷା ଏବଂ ପବନ ହୋଇଛି । ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପବନ ବୋହିଥିଲା । ତେଣୁ ବିମାନ ସେବା ବ୍ୟାହାତ ରହିଛି । ଅଘଟଣକୁ ଏଡାଇବା ପାଇଁ ବିମାନ ଉଡାଣ ଓ ଅବତରଣ ସମୟରେ ପରିବର୍ତ୍ତନ ହୋଇଥିଲା ।

ଗତକାଲି ସକାଳେ ୧୯ଟି ବିମାନ ଅବତରଣ କରିପାରିନଥିଲା । ଏହାପରେ ବିମାନ ଗୁଡିକୁ ଜୟପୁର, ଲକ୍ଷ୍ନୌ, ଇନ୍ଦୋର, ଅହମଦାବାଦ, ଅମୃତସର ଆଜି ବିମାନ ବନ୍ଦରକୁ ପଠାଇ ଦିଆଯାଇଥିଲା । ଏହିପରି ଭାବେ ମୋଟ୍ ୬୦ଟି ବିମାନର ଅବତରଣ ଏବଂ ଉଡାଣ ନିୟମରେ ପରିବର୍ତନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+