ଆଜିଠୁ ୩ ଦିନ ଶୁଖିଲା ପାଗ, ଆସୁଛି ଆଉ ଏକ ଲଘୁଚାପ
ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ ଲାଇନ୍ ସୃଷ୍ଟି ହେବାର ସମ୍ଭାବନା କହିଛି ଯାହା ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଅର୍ଥାତ୍ ସେପ୍ଟେମ୍ବର ୨୬ ବେଳକୁ ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇପାରେ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ହେଲେ ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଆଜି ଭୁବନେଶ୍ୱର, କଟକ, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ସେହିପରି ରାଜ୍ୟରେ ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ ଲାଇନ୍ ସୃଷ୍ଟି ହେବାର ସମ୍ଭାବନା କହିଛି ଯାହା ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଅର୍ଥାତ୍ ସେପ୍ଟେମ୍ବର ୨୬ ବେଳକୁ ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇପାରେ ଯାହା ସେପ୍ଟେମ୍ବର ୨୭ ବେଳକୁ ଲଘୁଚାପର ରୁପ ନେଇ ପାରେ । ଏ ନେଇ
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପଶ୍ଚିମ ପ୍ରସାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଦକ୍ଷିଣ-ପୂର୍ବ ଏସିଆ ଅତିକ୍ରମ କରି ଆସନ୍ତା ୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ପ୍ରବେଶ କରିପାରେ । ଅନ୍ୟପଟେ ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ । ଯେଉଁଥି ପାଇଁ କିଛି ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୂତି ହେବ ।












Click it and Unblock the Notifications