ଭୟ ବଢାଉଛି ଆଉ ଏକ ଘୂର୍ଣ୍ଣିବଳୟ, ୪ ଜିଲ୍ଲାକୁ ଅରେଞ୍ଜ୍ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Odisha Weather Report:ଭୟ ବଢାଉଛି ଆଉ ଏକ ଘୂର୍ଣ୍ଣିବଳୟ , ୪ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଚିନ୍ତା ବଢାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଉପକୂଳ ମୁହାଁ ଘୁର୍ଣ୍ଣିବଳୟ ପ୍ରଭାବ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ଏହାର ପ୍ରଭାବରେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ଲାଗିରହିଛି ବର୍ଷା । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବିସ୍ତୃତ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ରହିବ ବର୍ଷାର ପ୍ରଭାବ । ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୪ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ବ୍ୟାପ୍ତି ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ରହିଛି । ୭-୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ଲାଗି ରହିବ । ଜଗତସିଂହପୁର, କେନ୍ଦୁଝର ଓ କଟକ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ଚେତାବନୀ ଜାରି ହୋଇଛି ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ | ଏହାର ବ୍ୟାପ୍ତି ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ରହିଛି pic.twitter.com/YKuibwXBXA
— Meteorological Centre, Bhubaneswar (@mcbbsr) August 24, 2022
ସେପଟେ ଆସନ୍ତା ୨୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ସେପ୍ଟେମ୍ବର ୧ରୁ ୩ ଯାଏଁ ଉପକଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା କମିନଥିବା ବେଳେ ଆଉ ଏକ ବର୍ଷାକୁ ଚିନ୍ତା ବଢାଉଛି ।












Click it and Unblock the Notifications