ଆଜିଠୁ ରାଜ୍ୟରେ ୫ ଦିନ ଶୁଖିଲା ପାଗ
ଆଜିଠୁ ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବିଶେଷ ବର୍ଷା । ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି ।
ଭୁବନେଶ୍ୱର: ଆଜିଠୁ ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବିଶେଷ ବର୍ଷା । ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ହେଲେ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ।

ଆସନ୍ତାକାଲି, ୨୬ ଓ ୨୭ ତାରିଖରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋବାର ସମ୍ଭାବନା ରହିଛି । ୨୮ ତାରିଖ ପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।
ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୦ ସୁଦ୍ଧା ଓଡିଶାରୁ ମୌସୁମୀ ଫେରିବ ବୋଲି ଆକଳନ କରାଯାଉଛି । ମୌସୁମୀ ଋତୁରେ ୧୧୫୩ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୫ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଯାହା ଆଗାମୀ ଧାନ ଚାଷ ପାଇଁ ବେଶ ଅନୁକୂଳ ବୋଲି ପାଣିପାଗ ବୈଜ୍ଞାନୀ କହିଛନ୍ତି ।












Click it and Unblock the Notifications