ଆସନ୍ତାକାଲିଠାରୁ ପୁଣି ଫେରିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଆସନ୍ତାକାଲିଠାରୁ ପୁଣି ରାଜ୍ୟକୁ ଫେରୁଛି ବର୍ଷା । ୨୪ରୁ ରାଜ୍ୟର କିଛି ସ୍ଥାନରେ ହୋଇପାରେ ବର୍ଷା । ୨୫ରୁ ବର୍ଷାର ପରିମାଣ ବଢିପାରେ । ଏନେଇ ୯ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ରାଜ୍ୟକୁ ଫେରୁଛି ବର୍ଷା । ୨୪ରୁ ରାଜ୍ୟର କିଛି ସ୍ଥାନରେ ହୋଇପାରେ ବର୍ଷା । ୨୫ରୁ ବର୍ଷାର ପରିମାଣ ବଢିପାରେ । ଏନେଇ ୯ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ତ୍ତମାନ ଆଫଗାନିସ୍ଥାନ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ ୨୪ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ ଏବଂ ଦେବଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ସେପେଟେ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ଖସିଥିବା ବେଳେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ ।












Click it and Unblock the Notifications