ଆଜିଠୁ ପାଗ ବଦଳିବ: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା !

ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ପରେ ଆଜିଠୁ ବଦଳିବ ପାଗ । ଆସନ୍ତା ୨୪ ତାରିଖରେ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ପରେ ଆଜିଠୁ ବଦଳିବ ପାଗ । ଆସନ୍ତା ୨୪ ତାରିଖରେ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜାନୁଆରୀ ମାସରେ ସ୍ୱାଭାବିକ ଠାରୁ ୨୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ରେକର୍ଡ ବର୍ଷା ହୋଇଛି ।

weather report

ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା ଦିଲ୍ଲାରେ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି । ସେହିଭଳି କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକା ବର୍ଷା ଆଶଙ୍କା ରହୁଛି । ୨୪ତୁଳନାରେ ୨୫ରେ ଅଧିକ ବର୍ଷା ଆଶଙ୍କା କରାଯାଉଛି । ତେବେ ୨୫ଯାଏଁ ରାଜ୍ୟରେ ଶୀତ କମ୍ ରହିବ । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବିଜୁଳ ଓ ଘଡଘଡି ସହ ବର୍ଷା ହୋଇପାରେ ।

ଗତକାଲି ରାଜଧାନୀରେ ମଧ୍ୟ ମୂଷଳ ଧାରାରେ ବର୍ଷା ହୋଇଥିଲା । ଅପରାହ୍ନରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ୱର । ଅଦିନିଆ ବର୍ଷାରେ ଦିଶିଲାନି ରାସ୍ତାଘାଟ । ପଶ୍ଚିମା ଝଡ଼ ପ୍ରଭାବରେ ଟୁଇନ୍ ସିଟରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+