ଖସୁଛି ପାରଦ, ବଢୁଛି ଶୀତ: ୧୨ ଡିଗ୍ରୀ ତଳକୁ ଖସିଲା ୪ ସହର ତାପମାତ୍ରା
ଖସୁଛି ପାରଦ, ବଢୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି । ଗତକାଲି ରାତିରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିଲା। ଏଥିସହ ୪ ସହରର ପାରଦସ୍ତର ୧୨ ତଳକୁ ଖସିଛି ।
ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି । ଗତକାଲି ରାତିରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିଲା। ଏଥିସହ ୪ ସହରର ପାରଦସ୍ତର ୧୨ ତଳକୁ ଖସିଛି ।

ଗତ ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ସେମିଳିଗୁଡ଼ା ଠାରେ ୧୧.୪ ଡିଗ୍ରି ରେକର୍ଡ ହୋଇଥିଲା। ସୁନ୍ଦରଗଡ଼ କିରେଇଠାରେ ୧୧.୫ ଡିଗ୍ରି, କୋରାପୁଟଠାରେ ୧୧.୬ ଡିଗ୍ରି, କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ୧୨ ଡିଗ୍ରି, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରି, ସୋନପୁରରେ ୧୪.୨ଡିଗ୍ରି ଓ ଭବାନୀପାଟଣାଠାରେ ୧୪.୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି । ଏଥିସହ ଭୁବନେଶ୍ବରରେ ୧୯.୪ ଡିଗ୍ରି ଓ କଟକରେ ୨୦ ଡିଗ୍ରି ରାତି ତାପମାତ୍ରା ରହିଥିଲା ।
ସେପଟେ ସୋମବାର ସକାଳୁ ଅନେକ ସ୍ଥାନରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ପାଇଛି। ଫୁଲବାଣୀ ମଧ୍ୟମ ଧରଣର କୁହୁଡ଼ି ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ହୋଇ ୨୦୦ ମିଟର ରହିଥିବା ବେଳେ ଭବାନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ପର୍ଯ୍ୟନ୍ତ ଖସି ଆସିଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଦିନ ବା ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ମଧ୍ୟରେ ରହିବ।












Click it and Unblock the Notifications