ଆସନ୍ତାକାଲିଠୁ କମିବ ବର୍ଷା, ବଢ଼ିବ ତାତି

Weather Report

ଭୁବନେଶ୍ୱର: କମିବ ବର୍ଷା, ବଢ଼ିବ ତାତି । କାଲିଠୁ ବଦଳିବ ପାଗ । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ, ବର୍ଷା କମିବା ସହ ଉତ୍ତାପ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଗତ ୨୪ ଘଣ୍ଟା ଭିତରେ କନ୍ଧମାଳର ଦାରିଙ୍ଗିବାଡ଼ିରେ ସର୍ବାଧିକ ୬୨.୭ ମିଲିମିଟର ବର୍ଷା ହୋଇଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱରରେ ୧୧ ମିମି ବର୍ଷା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ପ୍ରାୟ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିଛି । ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସରରେ ପାଣି ଜମିଥିବାର ଦେଖିବାକୁ ମିଳିଛି । ଏମିତିକି ଗାଡ଼ି ସବୁ ପାଣିରେ ବୁଡ଼ି ରହିଥିବାର ଚିତ୍ର ସାମ୍ନାକୁ ଆସିଛି ।

ସେହିପରି ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏପ୍ରିଲରୁ ଜୁନ୍ ମଧ୍ୟରେ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଛତିଶଗଡ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ ଏବଂ ହରିୟାଣାର କିଛି ଅଞ୍ଚଳରେ ହିଟ୍ ୱେବ୍ ବୃଦ୍ଧି ହେବାର ପୂର୍ବାନୁମାନ କରାଯାଇଛି ।

ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, କିଛି ସ୍ଥାନ ବ୍ୟତୀତ ଦକ୍ଷିଣ ଉପଦ୍ୱୀପ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ରହିବ । ଅର୍ଥାତ ଏଥର ଏପ୍ରିଲ ଠାରୁ ଜୁନ୍ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+