ଦୁଇ ଦିନ ବିରତି ପରେ ପୁଣି ବର୍ଷିବ, ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ
ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍ । ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍ । ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ କାଲିଠୁ ଅର୍ଥାତ ୧୯ରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ୨ଦିନ ପାଗ ଶୁଖିଲା ଓ ଖରାଟିଆ ରହିବା ପରେ ୨୧ତାରିଖ ଆଡ଼କୁ କିଛି କିଛି ଜିଲ୍ଲାରେ ପୁଣି ବର୍ଷା ଆରମ୍ଭ ହୋଇଯିବ । ବିଶେଷକରି ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟାରେ ଚିଲିକାରେ ୨୧୩ ମିମି , ଟାଙ୍ଗିରେ ୨୧୦ ମିମି, ବାଣପୁରରେ ୨୦୦ ମିମି, ବୋଲାଗଡରେ ୭୭ ମିମି, ବେଗୁନିଆରେ ୭୪ ମିମି, ବାଲିଅନ୍ତାରେ ୪୨ ମିମି, ବାଲିପାଟଣାରେ ୩୪.୮ ମିମି ଓ ଭୁବନେଶ୍ୱରରେ ୪୨.୯ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ଚଳିତ ମୌସୁମୀ ସିଜିନରେ ଏଯାଏ ୧୯ଜିଲ୍ଲାରେ ହୋଇଛି ସ୍ବାଭାବିକ ବର୍ଷା । ୮ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କେବଳ ସୁନ୍ଦରଗଡ ଏବଂ କେନ୍ଦ୍ରପଡାରେ ନିଅଣ୍ଟିଆ ବର୍ଷା ହୋଇଛି ।












Click it and Unblock the Notifications