ସକ୍ରିୟ ହେବ ମୌସୁମୀ, ୧୮ ବେଳକୁ ଆଉ ଏକ ଲଘୁଚାପ
ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ । ୪୮ ଘଣ୍ଟା ମଧ୍ୟରେ ଘନୀଭୁତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ ।

ସେପଟେ ରାଜ୍ୟରେ ବର୍ଷା କମିଛି । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଆଜି ପାଇଁ ୧୧ ଜିଲ୍ଲାକ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି ।
ଜୁନ ୧ରୁ ଏଯାଏ ମୌସୁମୀ ସିଜିନରେ ରାଜ୍ୟରେ ୧୦୮୮.୨ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୦୩୭.୨ ମିମି ତୁଳନାରେ ୫ ପ୍ରତିଶତ ଅଧିକ । ୫ ଜିଲ୍ଲାରେ ଅଧିକ ବର୍ଷା ଓ ବାକି ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ସେପ୍ଟେମ୍ବରରେ ପୁଣି ଗୋଟିଏ ଲଘୁଚାପ ଆସୁଥିବାରୁ ବର୍ଷାର ପରିମାଣ ସ୍ୱାଭାବିକଠାରୁ ବଢ଼ିବାର ସମ୍ଭାବନା ରହିଛି ।












Click it and Unblock the Notifications