ଏରସମାରେ ସର୍ବାଧିକ: ଜାଣନ୍ତୁ, କେଉଁଠି କେତେ ପରିମାଣ ବର୍ଷା ରେକର୍ଡ ହୋଇଛି ?
ଜଗତସିଂପୁର ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏରସମାରେ ସର୍ବାଧିକ ବର୍ଷା ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଭୁବନେଶ୍ବର: ଜଗତସିଂପୁର ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏରସମାରେ ସର୍ବାଧିକ ବର୍ଷା ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ଼ ହେମଗିରିରେ ୨୧୦.୪ ମିଲିମିଟର, ପୁରୀ ଅସ୍ତରଙ୍ଗରେ ୧୬୮ ମିଲିମିଟର ଓ ପୁରୀ ସହରରେ ୯୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୧୪୬, ହୀରାକୁଦରେ ୧୦୭.୬, ଗଜପତି ଜିଲ୍ଲା ଆର୍ ଉଦୟଗିରିରେ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ୭୩ ଟି ସ୍ଥାନରେ ପ୍ରବଳ ବର୍ଷା ରେକଡ କରାଯାଇଛି । ଅତି ପ୍ରବଳ ବର୍ଷା ହୋଇଥିବା ୨୧ଟି ସ୍ଥାନରେ ୧୧୫ ଦଶମିକ ୬ ମିଲିମିଟରରୁ ୨୦୪ ଦଶମିକ୍ ୪ ମିଲିମିଟର ବର୍ଷା ହୋଇଛି । ସେହିପରି ପ୍ରବଳ ବର୍ଷା ହୋଇଥିବା ୭୩ ଟି ସ୍ଥାନରେ ୬୪ ଦଶମିକ୍ ୫ ମିଲିମିଟରରୁ ୧୧୫ ଦଶମିକ୍ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ର ୫ ଟି ସ୍ଥାନରେ ୧୫୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ସୂଚନାଥାଉ କି, ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଫଳରେ ୧୦ ଜିଲ୍ଲାକୁ ରେଡ୍ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications