ରାଜ୍ୟରେ ୧୫ ଯାଏ ଲଗାଣ ବର୍ଷା, ୧୯ରେ ଆଉ ଏକ ଲଘୁଚାପ !
ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହି ସମୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଗତ ମୌସୁମୀ ସିଜିନରେ ଜୁନରୁ ଆଜି ଯାଏଁ ୬୬୭ ମିମି ବର୍ଷା ରେକର୍ଡ ହୋଇଛି ।
ଭୁବନେଶ୍ୱର: ଅବପାତ ଦୁର୍ବଳ ହେବା ପରେ ଏବେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଗକୁ ଏହି ବର୍ଷା ଏମିତି ଜାରି ରହିବ । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଲଗାଣ ବର୍ଷା । ଏହାପରେ କିଛି ମାତ୍ରାରେ ବର୍ଷାର ପରିମାଣ କମିବ । ଆସନ୍ତା ୧୩ ଓ ୧୪ରେ ଅଧିକ ବର୍ଷା ହେବ । ଏନେଇ ପୂର୍ବାନୁମାନ ଲଗାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହି ସମୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଗତ ମୌସୁମୀ ସିଜିନରେ ଜୁନରୁ ଆଜି ଯାଏଁ ୬୬୭ ମିମି ବର୍ଷା ରେକର୍ଡ ହୋଇଛି । ମୟୂରଭଞ୍ଜ,ସୁନ୍ଦରଗଡ଼,ସୋନପୁର,ଝାରସୁଗୁଡାରେ ଏବେ ବି ବର୍ଷା କମ ରହିଛି ।
ଗତ କିଛି ଦିନ ହେବ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଲାଗି ରହିଛି । ଯାହା ଫଳରେ ମହାନଦୀ ଉପରମୁଣ୍ଡ ଓ ତଳମୁଣ୍ଡରେ ନଦୀ ଜଳସ୍ତର ବଢ଼ୁଛି । ସେହିଭଳି ଦକ୍ଷିଣ ଓଡ଼ିଶାର ସବୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ୧୩ରୁ ଲଗାଣ ବର୍ଷା ହେଲେ ବନ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି । ବିଶେଷ କରି ମହାନଦୀ, ବୈତରଣୀ, ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ହରଭଙ୍ଗି ଭଳି ନଦୀରେ ବନ୍ୟା ଆସିପାରେ ।












Click it and Unblock the Notifications