ତାତିରୁ ମିଳିବ ତ୍ରାହି, ଆଜି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
ଆଜି ୫ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ପ୍ରଭାବ ଥିବାରୁ ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ଭୁବନେଶ୍ୱର: ଆଜି ୫ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ପ୍ରଭାବ ଥିବାରୁ ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ । ୯ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ବଲାଙ୍ଗୀର ଓ ବୌଦ୍ଧଠାରେ ସର୍ବାଧିକ ୪୧.୫ଡିଗ୍ରି ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡ଼ାଠାରେ ୪୧.୪ ଡିଗ୍ରି, ବାରିପଦା ଓ ଟିଟିଲାଗଡ଼ରେ ୪୧ ଡିଗ୍ରି, ସୋନପୁରଠାରେ ୪୦.୮ ଡିଗ୍ରି, ଅନୁଗୁଳରେ ୪୦.୭ ଡିଗ୍ରି, ତାଳଚେରଠାରେ ୪୦.୪ ଡିଗ୍ରି ଓ ସମ୍ବଲପୁରଠାରେ ୪୦.୨ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ସୁନ୍ଦରଗଡ଼, ହୀରାକୁଦ, ଭବାନୀପାଟଣା ଓ ମାଲକାନଗିରି ତାପମାତ୍ରା ମଧ୍ୟ ୪୦ ଡିଗ୍ରି ପାଖାପାଖି ରହିଛି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।












Click it and Unblock the Notifications