‘ଗୁଲାବ୍’ ପରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ
ଗତକାଲିର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ତଥା ପାର୍ଶ୍ଵବର୍ତ୍ତୀ ପୂର୍ବ-ମଧ୍ୟମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର: ସଜ ସଜ ଓଡିଶା ଛାଡିଛି ବାତ୍ୟା 'ଗୁଲାବ୍' । ଗୋଟିଏ ବାତ୍ୟା ଯାଉ ଯାଉ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ। ଗତକାଲିର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ତଥା ପାର୍ଶ୍ଵବର୍ତ୍ତୀ ପୂର୍ବ-ମଧ୍ୟମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହା ଆସନ୍ତା ବାର ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।

ଏହାର ପ୍ରଭାବରେ ଆଜି, ଆସନ୍ତାକାଲି ଓ ୩୦ ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବ। ମୁଖ୍ୟତଃ ୨୯ ଓ ୩୦ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଦୁର୍ବଳ ହେଉଛି 'ଗୁଲାବ'
ଅନ୍ୟପଟେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ରହିଥିବା 'ଗୁଲାବ' ଗଭୀର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି। ଏହା ବର୍ତ୍ତମାନ ଜଗଦଲ୍ପୁର(ଛତିଶଗଡ଼)ର ଦକ୍ଷିଣ ପୂର୍ବରୁ ୯୦ କିମି ଓ ମାଲକାନଗିରିର ପୂର୍ବ-ଉତ୍ତରପୂର୍ବ ଦିଗରୁ ୬୫ କିମି ଦୂରରେ ରହିଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ପଶ୍ଚିମକୁ ଗତି କରି ଦୁର୍ବଳ ହୋଇ ଅବପାତର ରୂପ ନେବ ଓ ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ।












Click it and Unblock the Notifications