ଆସୁଛି କାଳବୈଶାଖି, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଆଜି ରାଜ୍ୟରେ କାଳବୈଶାଖି ବର୍ଷାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବର: ଆଜି ରାଜ୍ୟରେ କାଳବୈଶାଖି ବର୍ଷାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିଝଡ ସହ ବଜ୍ରାଘାତ ନେଇ ସତର୍କ ସୂଚନା ଦିଆଯାଛି ।

Weather Update

ତେବେ ୟେଲୋ ୱାର୍ଣ୍ଣିଂ ମଧ୍ୟରେ ରହିଥିବା ଜିଲ୍ଲା ଗୁଡାକ ହେଲା- ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, ସୋନପୁର, ସମ୍ବଲପୁର, ଦେବଗଡ, ଓ ସୁନ୍ଦରଗଡ ।

ଏହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ହେବା ସହ ବର୍ଷା ଓ ଘଡ ଘଡିର ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଆକାଶ ମେଘାଛନ୍ନ ରହିବ । ଆଜି ରେକର୍ଡ କରାଯାଇଥିବା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+