ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ସମ୍ଭାବନା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାରଠୁ ତିନି ଦିନ ଧରି ଘଡଘଡ଼ି ସହ ବର୍ଷା ଲାଗି ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାରଠୁ ତିନି ଦିନ ଧରି ଘଡଘଡ଼ି ସହ ବର୍ଷା ଲାଗି ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

odisha weather update

ଆସନ୍ତା ୨୪ ଘଣ୍ଟା ପାଇଁ ୨୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ତାଲିକାରେ ରହିଛି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡା, କଳାହାଣ୍ଡି, କନ୍ଦମାଳ, ବଲାଙ୍ଗୀର, ସୋନେପୁର, ବରଗଡ, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା, ଦେଓଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲା । ତେବେ ଏଭଳି ପାଗ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ।

ଆଜିଠାରୁ ବର୍ଷାର ବିସ୍ତୃତି କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ଆସିବ । ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଫିଟିବ। ଏହି ସମୟରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ, ତାହା ଘନୀଭୂତ ହୋଇଥାଏ । ଏଣୁ ତୃତୀୟ ସପ୍ତାହରେ ଯେଉଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ତାହାରି ଉପରେ ନଜର ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+