Odisha Weather: ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆଜି ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ୩ ଜିଲ୍ଲାରେ ନିଆଁ ବର୍ଷିବ । ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

ବୌଦ୍ଧ ପାଲଟିଛି ସବୁଠୁ ଉତ୍ତପ୍ତ । ଶନିବାର ବୌଦ୍ଧ ପାଲଟିଥିଲା ଦେଶର ସବୁଠୁ ଉତପ୍ତ ସହର। ଗତକାଲି ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା । ଚଳିତବର୍ଷ ପ୍ରଥମ ଥର ପାଇଁ ୪୨ ଡିଗ୍ରୀ ଛୁଇଁଛି ପାରଦ । ଗତକାଲି ୪୨.୫ ଡିଗ୍ରୀ ସହ ବୌଦ୍ଧ, ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ସମ୍ବଲପୁରରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୧.୮, ଅନୁଗୁଳରେ ୪୧.୭, ବଲାଙ୍ଗୀରରେ ୪୧.୫, ସୋନପୁରରେ ୪୧.୨, ଟିଟିଲାଗଡ଼ରେ ୪୧ ଡିଗ୍ରୀ ରହିଥିଲା ତାପମାତ୍ରା । ସୁନ୍ଦରଗଡ଼, ଢେଙ୍କାନାଳ, ରାଉରକେଲା, ହୀରାକୁଦ, ବାରିପଦା ଏବଂ ଭବାନୀପାଟଣାରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ ।

Odisha Weather

ଏହାସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଅନ୍ୟ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଛି। ଏହି ଜିଲ୍ଳାଗୁଡ଼ିକ ହେଲା ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧ । ସେହିପରି ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କଯକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+