Odisha Weather: ମାର୍ଚ୍ଚରେ ରେକର୍ଡ ଭାଙ୍ଗିବ ଗରମ, ଆଜିଠୁ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ଏବଂ ଗତ ରେକର୍ଡ ଭାଙ୍ଗିବ। ମାସ ତମାମ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି। ଏହି ଅସ୍ବାଭାବିକ ଗରମ ଗହମ ଫସଲ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିବ ଏବଂ ଅମଳ କମିଯିବ ବୋଲି ଅଧିକାରୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

ଆସନ୍ତା ୭ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷାର ସମ୍ଭାବନା ନାହିଁ। ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

Odisha Weather

ରାଜ୍ୟରେ ଗତ କିଛିଦିନ ହେଲା ପାଗ ଶୁଖିଲା ରହିଥିବାବେଳେ ଗରମ ଅନୁଭୂତ ହେଉଛି। ଗୁରୁବାର ବୌଦ୍ଧ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ଝାରସୁଗୁଡ଼ାରେ ୩୫.୬, ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ ୩୫.୩ ଓ ନବରଙ୍ଗପୁରରେ ୩୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ରାତି ତାପମାତ୍ରା ସର୍ବନିମ୍ନ ୧୪.୮ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ତେବେ ଶୁକ୍ରବାରଠାରୁ ତାପମାତ୍ରା ପୁଣି ବଢ଼ିବ। ଆସନ୍ତା ୨ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଇଏମ୍‌ଡିର ୨ ଜଣ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ମାସରେ ଉଭୟ ଦିନ ଏବଂ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ଏବଂ ଅଧିକାଂଶ ଦିନ ଏହି ସ୍ଥିତି ଦେଖିବାକୁ ମିଳିବ। ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ଅଧିକାଂଶ ରାଜ୍ୟରେ ମାସ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରି ଟପିବ ବୋଲି ଆକଳନ କରାଯାଇଛି। ବିଶ୍ବର ଦ୍ବିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଭାରତ ୨୦୨୫ରେ ପ୍ରଚୁର ଗହମ ଅମଳ ହେବ ବୋଲି ଆଶା ରଖିଥିଲା। ୨୦୨୨ରୁ ଗହମ ଅମଳ ହ୍ରାସ ପାଉଥିବା‌ ବେଳେ ଚଳିତ ବର୍ଷ ଏହା ସ୍ବାଭାବିକ ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଲଗାତାର ଚତୁର୍ଥ ବର୍ଷ ପାଇଁ ଦେଶ କମ୍‌ ଉତ୍ପାଦନ ସ୍ଥିତିର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+